IPL-T20 ଉପରେ ଶାହିଦ ଆଫ୍ରିଦିଙ୍କ ବୟାନ

6 days ago 27

ମୁମ୍ବାଇ | (ଓଡିଶା ଭାସ୍କର) :  IPL-T20 ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ପାକିସ୍ତାନର ପୂର୍ବ ଅଧିନାୟକ ଶାହିଦ ଆଫ୍ରିଦି ଏକ ଟ୍ୱିଟ୍ କରିଛିନ୍ତି । ସେ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଉପରେ ପ୍ରଭାବ ପକାଉଛି ଟି-୨୦ ମ୍ୟାଚ୍ । ସେ ଟ୍ୱିଟରେ ଲେଖିଛନ୍ତି କି ‘ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ସିରିଜ୍ ଚାଲିଥିବା ସମୟରେ ବୋର୍ଡ଼଼ କିପରି ଖେଳାଳୀମାନଙ୍କୁ ଟି-୨୦ ଖେଳିବା ପାଇଁ ଅନୁମତି ଦେଉଛନ୍ତି । ଜାଣି କଷ୍ଟ ଲାଗୁଛି, ଅନ୍ତରାଷ୍ଟ୍ରୀୟ କ୍ରିକେଟ ଉପରେ ଭାରି ପଡୁଛି ଟି-୨୦ କ୍ରିକେଟ । ଏହା ବିଷୟରେ ଆମକୁ ଚିନ୍ତା କରିବା ଦରକାର ।’ ଏହି କିଛିଦିନ ଆଗରୁ ପାକିସ୍ତାନ- ସାଉଥ ଆଫ୍ରିକା ଦିନିକିଆ ସିରିଜ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ପାକିସ୍ତାନ ୨-୧ ରେ ସିରିଜ୍ କୁ ନିଜ ନାରେ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ସିରିଜ୍ ଚାଲୁଥିବା ସମୟରେ ସାଉଥ୍ ଆଫ୍ରିକା କ୍ରିକେଟ୍ ବୋର୍ଡ଼ ଖେଳାଳୀମାନଙ୍କୁ IPL-T20 ଖେଳିବା ପାଇଁ ଅନୁମତି ଦେଇଥିଲା । ଯାହା ପରେ ଆଫ୍ରିଦି ସାଉଥ୍ ଆଫ୍ରିକା କ୍ରିକେଟ୍ ବୋର୍ଡ଼ ଉପରେ ପ୍ରଶ୍ନ ଉଠାଇଛନ୍ତି ।

The post IPL-T20 ଉପରେ ଶାହିଦ ଆଫ୍ରିଦିଙ୍କ ବୟାନ appeared first on Odisha Bhaskar.

Read Entire Article