ଭାଇରାଲ୍‌ ହେଲା ସୈଫିନାଙ୍କ ନବଜାତ ଶିଶୁ ପୁତ୍ରର ପ୍ରଥମ ଫଟୋ

6 days ago 4

ମୁମ୍ବାଇ: ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରୁ ଆଜି ନିଜର ନବଜାତ ଶିଶୁକୁ ଘରକୁ ନେଇ ଯାଇଛନ୍ତି ସୈଫ୍‌ ଅଲ୍ଳୀ ଖାନ୍‌ ଓ କରୀନା କପୁର୍‌। ସୈଫ୍‌, କରୀନା ଓ ତୈମୁର ହସ୍ପିଟାଲ୍‌ରୁ ନବଜାତ ଶିଶୁକୁ ନେଇ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କାର୍‌ର ଆଗ ସିଟ୍‌ରେ ସୈଫ୍‌ ଓ ତୈମୁରଙ୍କୁ ଫଟୋରେ ଦେଖିବାକୁ ମିଳିଛି।

କରୀନାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯିବା ପରେ ସୈଫ୍‌ ଓ ତୈମୁର୍‌ ତାଙ୍କୁ ଘରକୁ ନେବା ପାଇଁ ଯାଇ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଏହିି ଅବସରରେ ସୈଫ୍‌, କରୀନାଙ୍କ ନବଜାତ ଶିଶୁର ଫଟୋ ବି ସୋସିଆଲ୍‌ ମିଡିଆରେ ପ୍ରଥମ ଥର ପାଇଁ ଭାଇରାଲ୍‌ ହୋଇଛି।

ଯଦିଓ କରୀନା ଓ ସୈଫ୍ ନିଜର ନବଜାତ ଶିଶୁକୁ ଧରି କୌଣସି ପୋଜ୍‌ ଦେଇନାହାନ୍ତି, ମାତ୍ର ଫଟୋଗ୍ରାଫର କଡ଼ରୁ କରୀନାଙ୍କ ନବଜାତ ଶିଶୁର ଏକ ଫଟୋ ନେବାରେ ସମର୍ଥ ହୋଇଛି। ଶିଶୁଟିର ମୁହଁ ଫଟୋରେ ସ୍ପଷ୍ଟ ଭାବେ ଦିଶୁନାହିଁ। ଶିଶୁଟିକୁ ଜଣେ ମହିଳା ସୁରକ୍ଷିତ ଭା‌ବେ ତାଙ୍କ ବାହାୁରେ ଜାବୁଡ଼ି ଧରିଛନ୍ତି। ଶିଶୁଟିକୁ ଏକ କପଡ଼ାରେ ଢଙ୍କା ଯାଇଥିବା ବେଳେ ଆଉ ଏକ କପଡ଼ା ତା’ ମୁହଁରେ ପଡ଼ିଥିବାର ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ରବିବାର ସକାଳେ କରୀନା କପୁର୍‌ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଫେବ୍ରୁଆରି ୨୧ ତାରିଖ ସକାଳ ୯ଟା ସମୟରେ ତାଙ୍କର ନବଜାତ ପୁତ୍ରକୁ ଜନ୍ମ ଦେଇଥିଲେ କରୀନା। ଏ ସଂପର୍କରେ ପ୍ରଥମେ କରୀନାଙ୍କ ବାପା ରଣଧୀର କପୁର ସୂଚନା ଦେଇଥିଲେ।

The post ଭାଇରାଲ୍‌ ହେଲା ସୈଫିନାଙ୍କ ନବଜାତ ଶିଶୁ ପୁତ୍ରର ପ୍ରଥମ ଫଟୋ first appeared on Sambad.

Read Entire Article