ପୂର୍ବ ପ୍ରେମିକ ଦ୍ୱାରା ୩୦ରୁ ଅଧିକ ଥର ଛୁରୀ ମାଡ ପରେ ବି ବଞ୍ଚିଲେ ମହିଳା ,ଜାଣନ୍ତୁ କିପରି

6 days ago 16

କୁହାଯାଏ ଯାହାକୁ ରଖିବେ ଅନନ୍ତ ,କି କରିପାରେ ବଳବନ୍ତ ।  ଏପରି ଏକ ଘଟଣା ଘଟିଛି ମେକ୍ସିକୋର ସିନାଲିଆ ସହରରେ।

ମେକ୍ସିକୋର ଏକ ଭିଡ଼ ଥିବା ବସ୍‌ରେ ଜଣେ ବ୍ୟକ୍ତି ତାଙ୍କର ପୂର୍ବତନ ପ୍ରେମିକାଙ୍କ ଉପରେ ହଠାତ୍‌ ୩୦ରୁ ଅଧିକ ଥର ଛୁରୀରେ ଆକ୍ରମଣ କରିଛନ୍ତି ।

ଲଗାତାର ଆକ୍ରମଣ ପରେ ମହିଳା ଜଣକ ବସ୍‌ ଭିତରେ ଚିତ୍କାର କରୁଥିଲେ ବି ବସ୍‌ ରେ ଉପସ୍ଥିତ ଥିବା ଲେକ ଏହି ଆକ୍ରମଣକୁ ଦେଖିବା ପରେ ବାହାରକୁ ଚାଲିଯାଇଥିଲେ ।

ମାତ୍ର କେହି ସେ ମହିଳାଙ୍କ ସହଯୋଗ କରି ନଥିଲେ ।

ମାତ୍ର ମହିଳା ଜଣକ ଶୀତରୁ ବର୍ତ୍ତିବା ପାଇଁ ଦେହରେ ଏକ ମୋଟା ଶୀତ ବସ୍ତ୍ର ପିନ୍ଧିଥିଲେ ।

ଏହି ବସ୍ତ୍ର ପାଇଁ ମହିଳାଙ୍କର ବିଶେଷ କିଛି କ୍ଷତି ହୋଇନଥିଲା ।

ଯାହା ଫଳରେ ଏହି ମହିଳା ଜଣକ ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

ଏହା ପରେ ଖସି ଯାଉଥିବା ବେଳେ , ସେଠାରେ ଥିବା ଲୋକମାନେ ସେ ପ୍ରେମିକ କୁ କାବୁ କରି ପୋଲିସ ର ଜିମା ଦେଇଥିଲେ ।

The post ପୂର୍ବ ପ୍ରେମିକ ଦ୍ୱାରା ୩୦ରୁ ଅଧିକ ଥର ଛୁରୀ ମାଡ ପରେ ବି ବଞ୍ଚିଲେ ମହିଳା ,ଜାଣନ୍ତୁ କିପରି appeared first on Odisha Bhaskar.

Read Entire Article