ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଗଡ଼ିବ ଡିବୃଗଡ଼ ଓ କନ୍ୟାକୁମାରୀ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ

6 days ago 10

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଫେବୃୟାରି ମାସ ୨୭ ତାରିଖ ଠାରୁ ଡିବୃଗଡ଼ରୁ ଏବଂ ମାର୍ଚ୍ଚ ମାସ ୪ ତାରିଖ ଠାରୁ କନ୍ୟାକୁମାରୀରୁ ଏକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଅଛି |

୦୫୯୦୬/୦୫୯୦୫ ଡିବୃଗଡ଼ – କନ୍ୟାକୁମାରୀ – ଡିବୃଗଡ଼ ବିଶେଷ ଟ୍ରେନ ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟା ୭ଘ.୨୫ମି.ରେ ଡିବୃଗଡ଼ରୁ ଏବଂ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟା ୫ଘ.୩୦ମି.ରେ କନ୍ୟାକୁମାରୀରୁ ଛାଡ଼ିବ।

ଏହି ଟ୍ରେନ୍ ଡିବୃଗଡ଼ ଓ କନ୍ୟାକୁମାରୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ରହଣି କରିବ। ଏଥିସହିତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ, ବିଶାଖାପାଟନମ୍ ଏବଂ ଦୁଭାଡା ଷ୍ଟେସନ ଠାରେ ଉଭୟ ପାର୍ଶ୍ୱରୁ ରହଣି କରିବ।

 

The post ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଗଡ଼ିବ ଡିବୃଗଡ଼ ଓ କନ୍ୟାକୁମାରୀ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ first appeared on Sambad.

Read Entire Article