ଗୁଜୁରାଟ ନଗର ନିଗମ ନିର୍ବାଚନରେ ବିଜେପିର ବିପୁଳ ବିଜୟ

6 days ago 16

ଅହମଦାବାଦ : ଗୁଜୁରାଟ ପୌର ନିର୍ବାଚନରେ ଶାସକ ବିଜେପି ଉଲ୍ଲେଖନୀୟ ସଫଳତା ପାଇଛି । ନିର୍ବାଚନ ହୋଇଥିବା ୬ଟି ପୌରନିଗମ ମଧ୍ୟରୁ ବିଜେପି ୫ଟି ପୌର ନିଗମରେ ବିଜୟ ହାସଲ କରିଛି । ବିଜେପି ଜିତିଥିବା ୪ଟି ପୌର ନିଗମ ହେଲା ଜାମନଗର, ଅହମଦାବାଦ, ଭାବନଗର, ଭଦୋଦରା ଓ ରାଜକୋଟ ।

ସୁରତରେ ମଧ୍ୟ ବିଜେପି ଆଗୁଆ ଅଛି ।  ସୁରତ ନଗର ନିଗମରେ ବିଜେପି ୯୩ଟି ( ଓ୍ବାର୍ଡ )ଆସନ ଜିତିଥିବାବେଳେ ଆମ ଆଦମୀ ପାର୍ଟିର ଆସନ ସଂଖ୍ୟା ୨୭ରେ ପହଞ୍ଚିଛି ଓ କଂଗ୍ରେସ ଖାତା ଖୋଲିପାରିନାହିଁ । ଫଳରେ ସୁରତରେ ବିଜେପି ଜିତିବା ଏକରକମ ନିଶ୍ଚିତ ହୋଇଯାଇଛି ।

ଗୁଜୁରାଟରେ ଗତ ୨୧ ତାରିଖରେ ଏହି ୬ଟି ପୌର ନିଗମ ପାଇଁ ନିର୍ବାଚନ ହୋଇଥିଲା । ଏହି ୬ଟି ନଗର ନିଗମର ୧୪୪ଟି ଓ୍ବାର୍ଡରେ ଥିବା ମୋଟ ୫୭୬ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ମିଳିଥିବା ସର୍ବଶେଷ ଖବର ଅନୁସାରେ ଏହି ୫୭୬ଟି ଆସନରୁ ବିଜେପି ୩୩୧ ଆସନରେ ବିଜୟ ହାସଲ କରିସାରିଛି ଓ ଆଉ କେତେକ ଆସନରେ ଆଗୁଆ ରହିଛି । 

ଏହି ବିଜୟରେ ଆନନ୍ଦ ପ୍ରକାଶ କରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି ଯେ ଏହି ନିର୍ବାଚନ ଫଳାଫଳ ପ୍ରମାଣ କରୁଛି ଯେ ଗୁଜୁରାଟ ହେଉଛି ବିଜେପିର ଦୁର୍ଗ ।

ନିଗମ ନିର୍ବାଚନ ପରେ ରାଜ୍ୟର ଅନ୍ୟ ମୁନିସିପାଲିଟି ଓ ପଞ୍ଚାୟତ ପାଇଁ ନିର୍ବାଚନ ହେବ ।

The post ଗୁଜୁରାଟ ନଗର ନିଗମ ନିର୍ବାଚନରେ ବିଜେପିର ବିପୁଳ ବିଜୟ first appeared on Sambad.

Read Entire Article