କରୋନା ସଂକ୍ରମଣ ବୃଦ୍ଧି କାରଣରୁ ପୁଣି ୪ ଦିନ ବନ୍ଦ ରହିବ ୟୁନିଟ-୧ସ୍ଥିତ ଏସ୍‌ବିଆଇର ମୁଖ୍ୟ ଶାଖା

6 days ago 8

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ମୁଖ୍ୟ କାର୍ଯ୍ୟାଳୟ ଆହୁରି ୪ ଦିନ ବନ୍ଦ ରହିବ। ମୁଖ୍ୟ କାର୍ଯ୍ୟାଳୟ ଆହୁରି ଅଧିକ ସଂଖ୍ୟକ କରେନା ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଫଳରେ କାର୍ଯ୍ୟାଳୟର ଉଭୟ ତଳ ଓ ପ୍ରଥମ ମହଲା କୋଠା ଆଜିଠାରୁ ଅର୍ଥାତ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

ଜାଣିବାକୁ ମିଳିଛି ଯେ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ଦୁଇ ଦିନ ଅଫିସ ସିଲ୍ ହୋଇଥିବା ବେଳେ ୧୦ ତାରିଖ ଦ୍ୱିତୀୟ ଶନିବାର ଓ ୧୧ ତାରିଖ ରବିବାର ପଡୁଥିବାରୁ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟାଳୟ ।

ଉଲ୍ଲେଖଯୋଗ୍ୟ, ଏକାଥରକ ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ଭୁବନେଶ୍ୱର ୟୁନିଟ-୧ରେ ଥିବା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାକୁ ସିଲ କରିଥିଲା ବିଏମସି। ୪ ତାରିଖରୁ ୬ ତାରିଖ ଦୁଇ ଦିନ(୪୮ ଘଣ୍ଟା) ପାଇଁ ଏହି ଶାଖାକୁ ସିଲ କରାଯାଇଥିଲା। ତେଣୁ ଲୋକଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ନଆସି ଅନଲାଇନରେ କାରବାର କରିବାକୁ କୁହାଯାଇଥିଲା। ଏବେ ପୁଣି ଥରେ ସେହି ଶାଖାକୁ ୪୮ ଘଣ୍ଟା ପାଇଁ ସିଲ୍‌ କରାଯାଇଛି।

The post କରୋନା ସଂକ୍ରମଣ ବୃଦ୍ଧି କାରଣରୁ ପୁଣି ୪ ଦିନ ବନ୍ଦ ରହିବ ୟୁନିଟ-୧ସ୍ଥିତ ଏସ୍‌ବିଆଇର ମୁଖ୍ୟ ଶାଖା first appeared on Sambad.
Read Entire Article